Odisha Link
Bridging the Missing Links in Odisha

ଶହୀଦ କମାଣ୍ଡୋ ଭଉଣୀର ବାହାଘରରେ ପହଞ୍ଚିଲେ ୧୦୦ କମାଣ୍ଡୋ, ତାପରେ ଯାହାହେଲା ଦୁନିଆ ଦେଖିଲା

ବିହାର: ଏ ଦୁନିଆରେ ଭାଇ ଭଉଣୀର ସମ୍ପର୍କଠୁ ବଳି ଆଉ କିଛି ନାହିଁ। ଭାଇ ଭଉଣୀର ସମ୍ପର୍କ ସବୁଠୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ। ସେଥିପାଇଁ ତ ଝିଅଟିଏ ଶାଶୁଘର ଯିବାବେଳେ ପ୍ରଥମେ ଭାଇର ଆବଶ୍ୟକତା ପଡିଥାଏ। କାହିଁକି ନା ବାପା ପରେ ଯଦି କେହି ଝିଅର ଯତ୍ନ ନେଇଥାଏ ସେ ହେଉଛି ଭାଇ। ଆମେ ଆପଣଙ୍କୁ ଭାଇ ଭଉଣୀର ସମ୍ପର୍କ କଥା କାହିଁକି କହୁଛୁ ତାହା ଭାବୁଛନ୍ତି କି ତେବେ ଜାଣନ୍ତୁ ଅସଲ କଥା।

ଜୁନ ୩ରେ ବିହାରରେ ଏକ ବାହାଘର ଅନୁଷ୍ଠିତ ହୋଇଥିଲା। ସେହି ବାହାଘରକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ସେହି ବାହାଘର ଶହୀଦ ଗରୁଡ଼ କମାଣ୍ଡୋ ପ୍ରକାଶ ନିରାଲାଙ୍କ ଭଉଣୀଙ୍କର। ନିରାଲା ଦୁଇ ବର୍ଷ ପୂର୍ବେ ଶହୀଦ ହୋଇଯାଇଥିଲେ। ତାଙ୍କର ଦେହାନ୍ତ ପରେ ନିରାଲାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା। ଏହି ପରିସ୍ଥିତରେ ଭଉଣୀର ବାହାଘରର ଦାୟିତ୍ବ ଶହୀଦ କମାଣ୍ଡୋଙ୍କ ସାଙ୍ଗ ମାନେ ନେଇଛନ୍ତି। ୧୦୦ ଯବାନ ଏକାଠି ମିଶି କିଛି ଚାନ୍ଦା ଆଦାୟ କଲେ ଏବଂ ପରେ ଧୁମଧାମରେ ଶହୀଦଙ୍କ ଭଉଣୀ ଶଶିକଳାଙ୍କ ବିବାହ କରାଇବା ସହ ନିଜେ ସମସ୍ତେ ଉପସ୍ଥିତ ରହିଥିଲେ।


ଶଶିକଳାଙ୍କ ବିବାହ ବିହାର ସ୍ଥିତ ପାଲୀ ରୋଡ଼ ଡେହେରୀରେ ରହୁଥିବା ସୁଜିତ କୁମାରଙ୍କ ସହିତ ହୋଇଛି। ଏହି କମାଣ୍ଡୋ ମାନେ ଝିଅ ଘରୁ ବିଦାୟ ନେବା ସମୟରେ ଭଉଣୀର ପାଦ ମାଟିରେ ପଡ଼ିବାକୁ ଦେଇନଥିଲେ। ଯେଉଁଠି ଭଉଣୀର ପାଦ ପଡ଼ିବାକୁ ଥାଏ ତାହା ପୂର୍ବରୁ ଯବାନ ମାନେ ତାଙ୍କ ହାତ ଥୋଇ ଦେଇଥିଲେ। ଶହୀଦ କମାଣ୍ଡୋରଙ୍କ ଭଉଣୀ ଯବାନ ମାନଙ୍କ ହାତରେ ପାଦ ଦେଇ ଦେଇ ଶାଶୁଘରକୁ ଯାଇଥିଲା। ଏଭଳି ଦୃଶ୍ୟ ଦେଖିସାରିବା ପରେ ଶହୀଦଙ୍କ ପିତା ତେଜ ନାରାୟଣ ସିଂହ ଜୀବନର ଶ୍ରେଷ୍ଠ ସମୟ ବୋଲି କହିଛନ୍ତି। ଏହାସହ ନିରାଲାର ସାଥୀମାନେ ଗୋଟେ ଭଉଣୀକୁ ତା ଭାଇର କମି ଅନୁଭବ କରିବାକୁ ଦେଇ ନାହାନ୍ତି ବୋଲି ଶହୀଦଙ୍କ ବାପା କହିଛନ୍ତି।

Comments are closed.