Odisha Link
Bridging the Missing Links in Odisha

ବଲିଉଡ଼ ବିଚିତ୍ରା… ‘ସିନେ ମାଫିଆଙ୍କ ଗାଲରେ ମଣିକର୍ଣ୍ଣିକା ଚାପୁଡ଼ା’

ଅଭିନେତ୍ରୀ କଙ୍ଗନା ରନୌତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାଁସୀ ପୁଣି ଚର୍ଚ୍ଚାରେ । ୨୩ ତମ ‘ବୁକିୟାନ ଇଣ୍ଟରନେଶନାଲ ଫଣ୍ଟାଷ୍ଟିକ ଫିଲ୍ମ ଫେଷ୍ଟିଭାଲ’ ରେ ପ୍ରଦର୍ଶିତ ହେବା ଲାଗି ଫିଲ୍ମଟି ମନୋନୀତ ହୋଇଛି । ଏହା ଏସିଆ ମହାଦେଶର ସବୁଠାରୁ ବଡ଼ ଫିଲ୍ମ ମହୋତ୍ସବ । ବିଶ୍ୱସ୍ତରୀୟ ଫିଲ୍ମ ମହୋତ୍ସବରେ ‘ମଣିକର୍ଣ୍ଣିକା’ ସ୍ଥାନିତ ହୋଇଥିବାରୁ କଙ୍ଗନା ଖୁବ ଖୁସି ଏବଂ ଉତ୍ସାହିତ ପ୍ରତିକ୍ରିୟାରେ ସେ କହିଛନ୍ତି ମୁକ୍ତିଲାଭ ପୂର୍ବରୁ ‘ମଣିକର୍ଣ୍ଣିକା’ ବିଭିନ୍ନ ସ୍ତରରେ ବିରୋଧର ସମ୍ମୁଖୀନ ହେବା ସତ୍ତେ୍, ଶେଷରେ ପରଦାକୁ ଆସିଲା ଏବଂ ବ୍ୟବସାୟିକ ସଫଳତା ମିଳିଲା । ‘ଗଲ୍ଲୀ ବୟ’କୁ ନେଇ ସିନେ ଦୁନିଆରେ ଚର୍ଚ୍ଚା ହେଉଥିବା ବେଳେ, ‘ମଣିକର୍ଣ୍ଣିକା’ ବାବଦରେ କେହି ଶବ୍ଦଟିଏ ଉଚ୍ଚାରଣ କରୁନଥିଲେ । ଫିଲ୍ମର ସତ୍ତା ହଜାଇଦେବାକୁ ସିନେ ମାଫିଆ ଚକ୍ରାନ୍ତ କରୁଥିଲେ, ତାହା କାମ କଲା ନାହିଁ । ଅନ୍ତର୍ଜାତୀୟ ସ୍ୱୀକୃତି ପାଇଁ ମଣିକର୍ଣ୍ଣିକା’ ମନୋନୀତ ହେବା ପରେ ସେମାନଙ୍କ ଗାଲରେ ଏବେ ଶକ୍ତ ଚାପୁଡ଼ା ବାଜିଛି ।

ସୁଚନା ଅନୁସାରେ, ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ଜୁନ ୨୭ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ‘ଗଲ୍ଲୀ ବୟ’ ଏବଂ ‘ଅନ୍ଧାଧୁନ’ ଫିଲ୍ମ ମଧ୍ୟ ଏଠାରେ୨ ପ୍ରଦର୍ଶିତ ହେବ ।

Comments are closed.