Odisha Link
Bridging the Missing Links in Odisha

ପୁଣି ‘ଟିପ-ଟିପ ବରଷା ପାନି’!

ନବେ ଦଶକର ଅନ୍ୟତମ ଲୋକପ୍ରିୟ ବର୍ଷା ଗୀତ ‘ଟିପ ଟିପ ବରଷା ପାନି’ ପୁଣି ଥରେ ପରଦାକୁ ଫେରୁଛି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ସହ କାଟ୍ରିନା କୈଫଙ୍କୁ ଏହି ବର୍ଷା ଭିଜା ନୃତ୍ୟ-ଗୀତ ଦୃଶ୍ୟରେ ଦର୍ଶକ ଦେଖି ଆନନ୍ଦିତ ହେବେ । ଦେହ ମନକୁ ରୋମାଞ୍ଚିତ କଲା ଭଳି ଏହି ଗୀତଟି ‘ମୋହରା’ ଫିଲ୍ମର । ଫିଲ୍ମଟି ୧୯୯୪ ରେ ମୁକ୍ତିଲାଭ କରିଥିଲା ଏବଂ ରବୀନା ଟଣ୍ଡନ ଓ ଅକ୍ଷୟ କୁମାର ଏଥିରେ ଅଭିନୟ କରିଥିଲେ ।

Comments are closed.