Odisha Link
Bridging the Missing Links in Odisha

ସମସ୍ୟା ଘେରରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ବିଜେଡି ସାଂସଦଙ୍କ ଅଭିଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଳ୍ଲାରେ ବହୁତ ସମସ୍ୟା ରହିଛି। ଏ କଥା ଆମେ କହୁନାହୁଁ ନବ ନିର୍ବାଚିତ ଆସ୍କା ସାଂସଦ ପ୍ରମିଳା ବିଶୋଇ କହିଛନ୍ତି। ଗତକାଲି ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ନିର୍ବାଚିତ ସାଂସଦମାନେ ଶପଥପ୍ରହଣ କରିଥିଲେ। ଓଡ଼ିଶାରୁ ନବନିର୍ବାଚିତ ସାଂସଦମାନେ ମଧ୍ୟ ଶପଥଗ୍ରହଣ କରିଥିଲେ। ଗତକାଲି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରି ଚର୍ଚ୍ଚାରେ ରହିଥିଲେ। ଠିକ୍‌ ସେମିତି ଆସ୍କାର ବିଜେଡ଼ି ସାଂସଦ ପ୍ରମିଳା ବିଶୋଇ ମଧ୍ୟ ଚର୍ଚ୍ଚାରେ। ପୂର୍ବରୁ ଧାନ ବିଲ ଖସ ଖସକୁ ନେଇ ଚର୍ଚ୍ଚାରେ ରହିଥିବା ପ୍ରମିଳା ଗତକାଲି କିନ୍ତୁ ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗତକାଲି ଶପଥ ନେଇ ସାରିବା ପରେ ପ୍ରମିଳା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ କିଛି ନାହିଁ। ଗରିବ ମା ମାଉସୀଙ୍କ ସୁବିଧା ପାଇଁ ସଂସଦରେ ସ୍ବର ଉଠାଇବେ ବୋଲି କହିଛନ୍ତି ପ୍ରମିଳା। ଏହା ସହ ଆସ୍କା ଅଞ୍ଚଳରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ସହ ଭଲ ଡାକ୍ତର ନାହାନ୍ତି। ସେଠାରେ କିଛି ସୁବିଧା ନାହିଁ। ଟିକେ କଣ ହେଲେ ବ୍ରହ୍ମପୁର ଯିବାକୁ ପଡ଼ୁଛି। ଏତଦ୍‌ ବ୍ୟତୀତ ଆସ୍କା ଅଞ୍ଚଳରେ ଚାଷୀ ଭାଇମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳସେଚନର ଅସୁବିଧା ହେଉଛି। ଏସବୁ ଅସୁବିଧାକୁ ନେଇ ସଂସଦରେ ସ୍ବର ଉଠାଇବେ ବୋଲି ପ୍ରମିଳା ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଖୋଦ୍‌ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଏତେ ସମସ୍ୟା ଆସିଲା କେଉଁଠୁ। ମୁଖ୍ୟମନ୍ତ୍ରୀ ୫ଥର ହିଞ୍ଜିଳିକାଟୁରୁ ବିଜୟୀ ହେଲା ପରେ ମଧ୍ୟ ନିଜ ନିର୍ବାଚନ ଅଞ୍ଚଳ ହେଉ ବା ଜିଲ୍ଲାର ଉନ୍ନତି ହୋଇନାହିଁ କାହିଁକି। ସରକାରୀ ଯୋଜନା ବାଟମାରଣା ହେଉନାହିଁ ତ ଏଭଳି ଅନେକ ପ୍ରଶ୍ନ ଉଠୁଛି। ତେବେ ଦେଖିବାକୁ ବାକି ରହିଲା କେବେ ଆସ୍କା ଅଞ୍ଚଳ ସମସ୍ୟାଘେରରୁ ବାହାରିବ।

Comments are closed.