ଆଜିଠୁ ଖୋଲିବ ରାଜ୍ୟର ସମସ୍ତ କଲେଜ

ଭୁବନେଶ୍ୱର : ଖରାଛୁଟି ପରେ ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଖୋଲିବ। ତେବେ ଆସନ୍ତା ୨୦ ତାରିଖରୁ ପାଠପଢା ଆରମ୍ଭ ହେବ।
ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଠା ଆରମ୍ଭ ହେବ। ସେହିପରି ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ୨୦ ତାରିଖରୁ ଆରମ୍ଭ ହେବ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁ ସମସ୍ତ କଲେଜରେ ପରୀକ୍ଷା ଶୀଘ୍ର ହୋଇଯାଇଥିଲା। ଏହାପରେ ସମସ୍ତ କଲେଜ ବନ୍ଦ ରହିଥିଲା।
Comments are closed.