Odisha Link
Bridging the Missing Links in Odisha

ବ୍ୟାଙ୍କରୁ ଟଙ୍କା ଉଠାଇ ଅଟୋରେ ବସିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ : ନୟାଗଡ ଇଣ୍ଡିଆନ ବ୍ୟାଙ୍କ୍ ସମ୍ମୁଖରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଅଟୋରେ ବସୁଥିବା ବେଳେ ଜଣେ ବୃଦ୍ଧଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।
ଦୁଇ ଦୁର୍ବୃତ୍ତ ବାଇକ୍ ରେ ଆସିଥିବା ଜଣାପଡିଛି । ତେବେ ଲୁଟ୍ ନେଇ ବୃଦ୍ଧ ଜଣଙ୍କ ନୟାଗଡ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ଦୁଇ ଲୁଟେରାଙ୍କର କିଛି ଖୋଜ ଖବର ମିଳିପାରି ନାହିଁ ।

Comments are closed.