Odisha Link
Bridging the Missing Links in Odisha

ଦେଶରେ ୩୮୦୦୦ କୋଟି ଟଙ୍କା ଜବତ: ଏସ୍.ଆଇ.ଟି ଉପାଧ୍ୟକ୍ଷ

କଟକ: କଟକରେ ଆୟୋଜିତ ହୋଇଥିବା କଳାଧନ ସମ୍ପର୍କିତ ଏସ୍.ଆଇ.ଟି ବୈଠକ ଶେଷ ହୋଇଛି। ସାଧଶଣର ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ଉପରେ ଆଲୋଚନା ହୋଇଥିଲା ବୋଲି ଏସ୍.ଆଇ.ଟି ଉପାଧ୍ୟକ୍ଷ ଅରଜିତ ପଶାୟତ ସୂଚନା ଦେଇଛନ୍ତି। ଦେଶରେ ୩୮୦୦୦ କୋଟି ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଆୟକର ବିଭାଗର ସହଯୋଗ ନିଆଯାଉଛି। ଦୁଇ ମାସପରେ ସୁପ୍ରିମ କୋର୍ଟଙ୍କୁ ଅନ୍ତରୀଣ ରିପୋର୍ଟ ଦିଆଯିବ। ଏହାସହ କଳାଧନ ମାମଲାର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଦରକାର। ଏନେଇ ଏସ୍.ଆଇ.ଟି ପକ୍ଷରୁ ସୁପାରିସ କରାଯାଇଛି ବୋଲି ଅରଜିତ କହିଛନ୍ତି। ସୂଚନାଯୋଗ୍ୟ କଳାଟଙ୍କା ଠାବ କରିବା ପାଇଁ ଏହି ଏସ୍.ଆଇ.ଟି ଗଠନ କରାଯାଇଛି।

Comments are closed.