Odisha Link
Bridging the Missing Links in Odisha

ଲଜରୁ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜରୁ ଜଣେ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ହେଉଛି ଗୋକୁଳାନନ୍ଦ ଭୋଇ। ଭିତରୁ ବନ୍ଦ ଥିବା ଲଜର ଏକ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ ଏହାର ମ୍ୟାନେଜର ଥାନାକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ସୂଚନା ଅନୁସାରେ, ଚିକିତ୍ସା ହେବା ପାଇଁ ବୌଦ୍ଧ ଜିଲ୍ଲାର ଜଙ୍ଗଲ ବିଭାଗର କର୍ମଚାରୀ ଗୋକୁଳାନନ୍ଦ ଭୋଇ ଗତ ୭ ତାରିଖରେ ବଲାଙ୍ଗିର ଆସିଥିଲେ। ସେଥିପାଇଁ ସେ ସେହି ଲଜର ୫ ନମ୍ୱର ରୁମ୍‌ରେ ରହୁଥିଲେ। ଗତ ୧୬ ତାରିଖରେ ଗୋକୁଳାନନ୍ଦ ଠିକଠାକ ଥିଲେ ବୋଲି ମ୍ୟାନେଜର କହିଛନ୍ତି। ହେଲେ ଗତକାଲିଠୁ ସେ କବାଟ ଖୋଲିନଥିଲେ। ଆଜି କୋଠରୀରୁ ଦୁର୍ଗନ୍ଧ ବାହାରିବାରୁ ଲଜ୍‌ ମ୍ୟାନେଜରଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେଥିପାଇଁ ସେ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରୀ ରଖିଛି।

Comments are closed.