Odisha Link
Bridging the Missing Links in Odisha

ସର୍ବଦଳୀୟ ବୈଠକ ଆରମ୍ଭ, କେଉଁ ଦଳ ଭାଗ ନେଲା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ ବୋଲି ସୂଚନା ରହିଛି। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍‌ ତାଙ୍କ ପ୍ରତିନିଧି ପଠାଇ ପାରିବେ। ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିସାରିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ ନାହାନ୍ତି। ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ ଯୋଗ ଦେଇନଥିଲେ ମଧ୍ୟ ତାଙ୍କ ପ୍ରତିବଦଳରେ ଦଳର ଅନ୍ୟ ଜଣେ ନେତା ଯୋଗ ଦେବେ ବୋଲି ସୂଚନା ରହିଛି। ଟିଆରଏସ ଅଧ୍ୟକ୍ଷ କେସିଆରଙ୍କ ବଦଳରେ ତାଙ୍କ ପୁଅ କେଟିଆର ତଥା ଟିଆରଏସର କାର୍ଯ୍ୟକାରୀ ସଭାପତି ଯୋଗ ଦେଇଥିବା ଜଣାପଡ଼ିଛି ।

Comments are closed.