Odisha Link
Bridging the Missing Links in Odisha

୪ ନକଲି ସାମ୍ବାଦିକ ଗିରଫ

ବରଗଡ଼: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନକଲି ସାମ୍ବାଦିକଙ୍କ କଳା କାରନାମା। ନକଲି ସାମ୍ବାଦିକ ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ପୋଲିସ୍‌ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍‌ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗାମ୍ଭୀର ଏବଂ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ୍‌ ଖାନ। ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, ପରିଚୟପତ୍ର, ମୋବାଇଲ ଫୋନ, ଆଇ ପ୍ୟାଡ୍ ଏବଂ ୧୯ହଜାର ୬୮୦ ଟଙ୍କା ଜବତ ହୋଇଛି। ବରଗଡ଼ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ମ୍ୟାନେଜର ମନୋଜ କୁମାର ଶଥପଥୀଙ୍କ ଅଭିଯୋଗ ଅନୁସାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

Comments are closed.