Odisha Link
Bridging the Missing Links in Odisha

ଜେଇଙ୍କୁ ବସଉଠ କରିବା ଘଟଣା : ଆଇନ ତା ବାଟରେ ଯାଉନଥିବା ବୋଲି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର : ସରୋଜ ମେହେର ପାଟଣାଗଡ ବିଧାୟକ ଜେଇଙ୍କୁ ବସଉଠ କରିବା ଘଟଣାରେ ଆଇନ ତା ବାଟରେ ଯାଉ ନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଜାଣିଶୁଣି କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରାଯାଉଛି । ବିଧାୟକଙ୍କୁ ଆଗୁଆ ଜାମିନ୍ ମିଳିବାକୁ ପୋଲିସ ଅପେକ୍ଷା କରିଛି କି ବୋଲି ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ହିସାବରେ ବିଧାୟକଙ୍କୁ ଗିରଫ ହେବାରୁ ବଞ୍ଚାଉଛନ୍ତି ଏବଂ କୋର୍ଟରୁ ଯାଇ ବେଲ୍ ଆଣିବାକୁ ତାଙ୍କୁ ସମୟ ଓ ସୁଯୋଗ ଦେଉଛନ୍ତି ବୋଲି ବିଜେପି କହିଛି ।
ନିରୀହ ଆଦିବାସୀ ଯୁବକ ଉପରେ ହୋଇଥିବା ଅନ୍ୟାୟକୁ ଅସମ୍ମାନ କରି ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଦଳର ବିଧାୟକର ଅପରାଧକୁ ଘଣ୍ଟ ଘୋଡାଉଛନ୍ତି । ଏହି ଘଟଣାକୁ ୧୪ ଦିନ ବିତି ଗଲାଣି, କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ବିଜେପି କହିଛି । ବିଧାୟକ ସରୋଜ ମେହେରଙ୍କ ଆଚରଣ ପବିତ୍ର ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରୁଛି । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ବିଜେପି ଦାବି କରିଛି । ସେ ଦୋଷୀ ବୋଲି ରିପୋର୍ଟ ଆସିବା ପରେ ବି କାହିଁକି ବିଳମ୍ବ କରାଯାଉଛି ମୁଖ୍ୟମନ୍ତ୍ରୀ ଏ ବିଷୟରେ ଉତ୍ତର ରଖିବା ଦରକାର ।
ଅନ୍ୟପଟେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗ ପୋଲିସ କାହିଁକି ଏ ଯାଏଁ କାର୍ଯ୍ୟନୁଷ୍ଠାନ ନେଉନାହିଁ। ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ ବୋଲି ବିଜେପି କହିଛି । ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଦରକାର ବୋଲି ଲେଖାଶ୍ରୀ କହିଛନ୍ତି ।

Comments are closed.