ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଫୋନରେ ବ୍ୟସ୍ତ ରାହୁଲ, ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଭବନର ମିଳିତ ଅଧିବେଶନକୁ ସ୍ୱାଗତ କରିବା ସହ ସମ୍ବୋଧନ କରିଥିଲେ। ଏହାସହ ନରେନ୍ଦ୍ର ମୋଦି ସରକାରଙ୍କ ପ୍ଲାନ ବିଷୟରେ ନିଜର ଅଭିଭାଷଣରେ କହିଥିଲେ। ରାଷ୍ଟ୍ରପତି ଅଭିଭାଷଣ ଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ନଜରକୁ ଆସିଛି। ସେହି ଭିଡ଼ିଓରେ ରାଷ୍ଟ୍ରପତି ଅଭିଭାଷଣ ଦେବା ସମୟରେ ରାହୁଲ ମୋବାଇଲ ଦେଖୁଥିବାର ନଜର ଆସିଛନ୍ତିି। ରାଷ୍ଟ୍ରପତିଙ୍କର ୧ ଘଣ୍ଟାରୁ ଅଧିକ ଅଭିଭାଷଣରେ ରାହୁଲ ପ୍ରାୟ ୨୪ ମିନିଟ୍ ନିଜ ମୋବାଇଲ ଫୋନରେ ବ୍ୟସ୍ତ ଥିବାର ଭିଡିଓରେ ଦେଖିବାକୁ ମିଳିଛି ।
Congress President @RahulGandhi caught engrossed on his mobile while President Kovind’s speech is underway. Does he have any respect for anyone at all? pic.twitter.com/FsvmqgDnpD
— Know The Nation (@knowthenation) June 20, 2019
ମୋବାଇଲ ଫୋନରେ ୨୪ ମିନିଟ୍ କିଛି ଟାଇପ୍ କରିବା ପରେ ପ୍ରାୟ ୨୦ ମିନିଟ୍ ହେବ ପାଖରେ ବସିଥିବା ମା’ ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସମସ୍ତେ ଡେକ୍ସରେ ହାତ ବାଡେଇ ସମର୍ଥନ କରୁଥିବା ବେଳେ ରାହୁଲ ଗୋଟିଏ ଥର ବି ଏପରି କରିନଥିଲେ, କେବଳ ଶେଷରେ ଏକ ସେକେଣ୍ଡ ପାଇଁ ଡେକ୍ସକୁ ଛୁଇଁଥିଲେ । ୧୭ତମ ଲୋକସଭା ଅଧିବେଶନରେ ଅଧିକ ମହିଳା ସାଂସଦ ଓ ମସୂଦ ଅଜହରକୁ ଅନ୍ତରାଷ୍ଟ୍ରିୟ ଆତଙ୍କବାଦୀ ଘୋଷଣା ଆଦି କେତେକ ବିଷୟ ଉପରେ ଆଲୋଚନା ଚାଲିଥିବା ବେଳେ ପାଖାପାଖୀ ୬ ଥର ସୋନଆ ଗାନ୍ଧୀ ଡେକ୍ସରେ ହାତ ବାଡେଇ ସମର୍ଥନ କରିଥିବା ବେଳେ ରାହୁଲ ନିଜ ଫୋନରେ ବ୍ୟସ୍ତ ରହିଥିଲେ।
Comments are closed.