Odisha Link
Bridging the Missing Links in Odisha

ପୁରୀ ଯାଉଥିବା ବେଳେ ଅଘଟଣ, ବ୍ରିଜ୍‌ରୁ ଛିଟିକି ଦୁଇ ସାଙ୍ଗ ମୃତ

ପୁରୀ : ପୁରୀ ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବିଶ୍ୱଜିତ୍ ବାରିକ ଓ ରୁଦ୍ର ପ୍ରତାପ ବାରିକ।ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ବୋଲି ଜଣାପଡ଼ିଛି। ଆହତ ରାକେଶ ପୁହାଣଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରେ ୬ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ପୁରୀ ବୁଲିବାକୁ ଆସିଥିଲେ। ତେବେ ବିଶ୍ୱଜିତ୍, ରୁଦ୍ର ଓ ରାକେଶ ଥିବା ବାଇକ୍‌ଟି ଦୁର୍ଘଟଣା ଗସ୍ତ ହୋଇଥିଲା। ପୁରୀ-ଭୁବନେଶ୍ୱର ମାଳତୀପାଟପୁର ଓଭର ବ୍ରିଜରେ ହମ୍ପସ୍ ଥିବା ଜଣା ପଡିନଥିଲା ବେଳେ ବ୍ରିଜରେ ବାଡ଼େଇ ହୋଇ ତଳକୁ ଛିଟ୍‌କି ପଡ଼ିଯାଇଥିଲା। ଘଟଣାସ୍ଥଳରେ ବିଶ୍ୱଜିତ୍ ଓ ରୁଦ୍ରଙ୍କର ମୃତ୍ୟୁ ଘଟିଥିଲା। ଆହତ ରାକେଶଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ତିନିଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Comments are closed.