Odisha Link
Bridging the Missing Links in Odisha

ଓଡିଶାକୁ ଛୁଇଁଲା ମୌସୁମୀ, ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ବର : ସାରା ଓଡିଶାକୁ ଛୁଇଁଲା ମୌସୁମୀ ବାୟୁ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାର ସବୁ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡିଶାକୁ ମୌସୁମୀ ବ୍ୟାପିବ । ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଝିପି୍‌ ଝିପି୍ ବର୍ଷା ହୋଇଛି । ଆସନ୍ତା ୩ ଦିନ ଯାଏଁ ଏପରି ବର୍ଷା ଲାଗିରହିବ । ସାରା ରାଜ୍ୟରେ ପାଗ ପରିବର୍ତ୍ତନ ସାଙ୍ଗକୁ ସବୁ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ମଧ୍ୟ ୨୪ ଘଣ୍ଟାରେ ତାତି ରୁ ନିସ୍ତାର ମିଳିବ ।
ସେହିପରି ୧୧ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସକାଳ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏ ସବୁ ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଏବଂ ନୟାଗଡ । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

Comments are closed.