Odisha Link
Bridging the Missing Links in Odisha

୭ଫୁଟର କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର : ୭ଫୁଟ ଲମ୍ବର ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । କ୍ରାଇମବ୍ରଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଦେବଗଡର ବାରକୋଟରୁ ଏହି ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫଙ୍କ ମଧ୍ୟରେ ୨ଜଣ ଜେଲ ବିଭାଗୀୟ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଅଭିଯୁକ୍ତମାନେ ରାଉରକେଲାରେ ୮ ଲକ୍ଷ ଟଙ୍କାରେ ଏହି ବାଘ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ କ୍ରାଇମବ୍ରଞ୍ଚର ଏକ ଟିମ୍ ସେମାନଙ୍କୁ ଧରିଥିଲେ । ଏନେଇ କ୍ରାଇମବ୍ରଞ୍ଚର ଏସଟିଏଫ୍ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଅଭିଯୁକ୍ତମାନେ ଏହି ବାଘ ଛାଲ କେଉଁଠୁ ପାଇଲେ ଏବଂ କିଏ କେଉଁ ସ୍ଥାନରୁ ବାଘକୁ ହତ୍ୟା କରି ଛାଲ ଚାଲଣ କରିଛି । ଏହା ସହ ବାଘ ଛାଲରେ ଗୁଳି ବାଜିଥିବା ଚିହ୍ନ ଦେଖିବାକୁ ମିଳିଛି । ଯାହା ସନ୍ଦେହକୁ ଆହୁରୀ ଦୃଢିଭୂତ କରିଛି । ବାଘ ଶିକାରୀ କିଏ ଏବଂ କିଏ ଏହି ଛାଲକୁ କିଣିଥାନ୍ତା ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରଞ୍ଚ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ମଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ କୁଚିଣ୍ଡାରେ ୪ଟି ବାଘ ଛାଲ ଜବତ ହୋଇଥିଲା। ଏହି ମାମଲାରେ ୭ ଜଣ ଗିରଫ ହୋଇଥିଲେ ।

Comments are closed.