Odisha Link
Bridging the Missing Links in Odisha

୩୫ ତମ ଜିଏସ୍‌ଟି ବୈଠକ ଆଜି, ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲର ୩୫ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ|ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-ୱେ ବିଲ ବ୍ୟବସ୍ଥା। ଏହା ସହ ଏନଏଚଏଆଇର ଫାଷ୍ଟ ଟ୍ୟାଗ ବ୍ୟବସ୍ଥାର ସମନ୍ଵୟ, ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ଆଉ ୧ ବର୍ଷ ସଂପ୍ରସାରିତ କରିବା, ଆପିଲେଟ ଅଥରିଟି ଫର ଆଡଭାନ୍ସଡ ରୁଲିଂର ଜାତୀୟ ବେଞ୍ଚ ସ୍ଥାପନ ଇତ୍ୟାଦି ବ୍ୟବସ୍ଥା ଉପରେ ଆଲୋଚନା ହେବ। ଏହା ସହିତ ବିଶେଷ କରି ଇଲେକ୍ଟ୍ରିକ ବାହନ ଉପରେ ଟ୍ୟାକ୍ସ ୧୨ ପ୍ରତିଶତକୁ କମାଇ ୫ ପ୍ରତିଶତ କରାଯାଇପାରେ| ଯାହାଫଳରେ ଇସ୍କୁଟର ୫ ହଜାର ଟଙ୍କା ଓ ଇ-କାର ୧ ଲକ୍ଷ ଟଙ୍କା ଶସ୍ତା ହୋଇପାରେ| ସେହିପରି ଟିଭି, ଏୟାର କଣ୍ଡିସନର ଓ ଫ୍ରିଜ ଉପରେ ବର୍ତ୍ତମାନ ଥିବା ୧୮ ପ୍ରତିଶତ ଶୁଳ୍କ କୁ କମାଇ ୧୨ ପ୍ରତିଶତ କରାଯାଇପାରେ ବୋଲି ବିଶେଷ ସୁତ୍ରରୁ ପ୍ରକାଶ|

୩୨ ଇଞ୍ଚର ବଡ ଟିଭି ଉପରେ ୨୮ ପ୍ରତିଶତ ଶୁଳ୍କ ଥିବାବେଳେ ପରିବର୍ଦ୍ଧିତ ଭାବରେ ଏହା ୧୮ ପ୍ରତିଶତ ହୋଇପାରେ| ସେହିପରି ସବୁ ପ୍ରକରର ତମ୍ବାଖୁ ଦ୍ରବ୍ୟ ଉପରେ ଟ୍ୟାକ୍ସ ବଢ଼ିଯାଇପାରେ| ଏସବୁ ପଦାର୍ଥ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଯାଇପାରେ| ନୂଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହା ହେବ ପ୍ରଥମ ଜିଏସଟି ବୈଠକ।

Comments are closed.