Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ପ୍ରକାଶ ପାଇବ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ ଖୋଲାଯାଇଛି। www.orissaresults.nic.in ଏବଂ  www.chseodisha.nic.in  ମାଧ୍ୟମରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । କଳାରେ ୨ଲକ୍ଷ ୩୫ହଜାର ୧୮ ଛାତ୍ରଛାତ୍ରୀ , ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକରେ ୬ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇସାରିଛି । ଚଳିତବର୍ଷ ବାତ୍ୟା ଫୋନି ପ୍ରଭାବରେ ଖାତା ଦେଖାରେ ବିଳମ୍ବ ହୋଇଥିବାରୁ ଫଳ ପ୍ରକାଶ ପାଇବାରେ ତିନି ସପ୍ତାହରୁ ଅଧିକ ବିଳମ୍ବ ହୋଇଛି। ତେବେ ଆଜି ଅପରାହ୍ନ ୩ଟାରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

Comments are closed.