ବଜ୍ରପାତ ନେଲା ମା’ପୁଅଙ୍କ ଜୀବନ

ଅନୁଗୋଳ : ଅନୁଗୋଳ ଥାନା ରନ୍ତଲେଇ ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ହୋଇଛି।ମୃତ ମହିଳା ହେଲେ ଭଇନା ବାଲାନାଥ । ତାଙ୍କ ପୁଅ ନାଁ ନନ୍ଦୁ ବାଲାନାଥ । ସେମାନଙ୍କ ଘର ମହାରାଷ୍ଟ୍ରର ନାଗପୁରର ଉଦାଶା ମାନ୍ଧିନଗରରେ ବୋଲି ଜଣାପଡ଼ିଛି।ଏନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ତମ୍ବୁ ଭିତରେ ଉଭୟଙ୍କ ମୃତଦେହ ପଡ଼ି ରହିଛି।
ଏନେଇ ସେମାନଙ୍କର ଜଣେ ସମ୍ପର୍କୀୟ କହିଛନ୍ତି,“ଗତକାଲି ରାତି ପ୍ରାୟ ସାଢେ ନଅରୁ ଦଶ ମଧ୍ୟରେ ବର୍ଷା ହୋଇଥିଲା। ଏହି ସମୟରେ ଭଇନା ରୋଷେଇ ସାରି ତମ୍ୱୁ ଭିତରେ ଖାଇବାକୁ ଯାଉଥିଲେ। ସେତିକି ବେଳେ ବଜ୍ରପାତ ହୋଇଥିଲା।”