Odisha Link
Bridging the Missing Links in Odisha

ଯୋଗମୁଦ୍ରାରେ ସାରା ଦେଶ

ନୂଆଦିଲ୍ଲୀ: ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଫୂର୍ତ୍ତି ରଖେ। ବିଭିନ୍ନ ରୋଗ ସହିତ ଲଢ଼ିବାକୁ ଶକ୍ତି ଯୋଗାଏ। ମଣିଷର ସୃଜନଶୀଳତାର ବିକାଶରେ ସହାୟକ ହୋଇଥାଏ। ସମସ୍ତଙ୍କ ପାଇଁ ଯୋଗ ଏବଂ ଯୋଗ ପାଇଁ ସମସ୍ତେ। ଏହି ବାର୍ତ୍ତା ନେଇ ବିଶ୍ଵବ୍ୟାପୀ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ଆଜି ଏହି ଅବସରରେ ସାରା ଦେଶ ଯୋଗମୁଦ୍ରାରେ ରହିଛି। ଦେଶବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଉଛି। ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି।