Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ଦେହରେ ଲାଗି ହେବ ଫୁଲୁରି ତେଲ

ପୁରୀ : ସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛିମାତ୍ରାରେ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଛି। ଘସାପେଡ଼ା ରାଶିତେଲରେ ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳୀରେ ଏହାକୁ ପ୍ରସ୍ତୁତ କରାଯାଇଛି ।ଦଇତାପତିମାନେ ଏହି ଫୁଲୁରି ତେଲକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମାଲିସ କରିବେ।

Comments are closed.