Odisha Link
Bridging the Missing Links in Odisha

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୧୬ରେ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା ମିଳିବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଗ୍ମ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ସେ ବୈଦ୍ୟୁତିକ ଓ ଆଇଟି ବଭାଗ ସହ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ରହିଛି।

Comments are closed.