Odisha Link
Bridging the Missing Links in Odisha

ପିଇସୀ-ପୁତୁରାଙ୍କ ବ୍ରେକଅପ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ ଏକାଠି ଦେଖିବାକୁ ମିଳିବନି ହାତୀ-ସାଇକେଲ। କାରଣ ବହୁଜନ ସମାଜ ପାର୍ଟି (ବିଏସପି)-ସମାଜବାଦୀ ପାର୍ଟି(ସପା)ମେଣ୍ଟରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ଟ୍ୱିଟ ଜରିଆରେ ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ଆଗକୁ ଆସୁଥିବା ସମସ୍ତ ଛୋଟ ବଡ ନିର୍ବାଚନରେ ବିଏସପି ଏକାକୀ ଲଢ଼ିବ।

ସୂଚନାଥାଉକି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ହୁଜନ ସମାଜ ପାର୍ଟି ବା ବିଏସପି ମୁଖ୍ୟ ମାୟାବତୀ ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ବିଜେପିକୁ ହରାଇବା ଲକ୍ଷ୍ୟ ନେଇ ଦୁଇ ଦଳ ମଧ୍ୟରେ ମହା ଗଠବନ୍ଧନ ହୋଇଥିଲା। କିନ୍ତୁ ବିଜେପିକୁ ହରାଇବାରେ ବିଫଳ ହୋଇଥିଲେ ଏସପି-ବିଏସପି ମହାମେଣ୍ଟ। ୮୦ ଲୋକସଭା ଆସନରୁ ବିଜେପି ୬୨ ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟକୁ ୧୫ ଆସନ ମିଳିଥିଲା, ସେଥିରୁ ବିଏସପି ୧୦ ଏବଂ ଏସପି ୫ଟି ଆସନରେ ଜିତିଥିଲା। ନିର୍ବାଚନରେ ନୈରାଶ୍ୟ ଜନକ ଫଳ ପାଇବା ପରେ ଅଖିଳେଶ ତାଙ୍କୁ ଦିନେ ଭେଟି ନାହାନ୍ତି କି ଫୋନ ବି କରିନାହାନ୍ତି ବୋଲି ମାୟାବତୀ କହିଛନ୍ତି। ସେଥିପାଇଁ ଆଗାମୀ ସମସ୍ତ ନିର୍ବାଚନରେ ବିଏସପି ଏକାକୀ ଲଢ଼ିବା ବୋଲି ସେ କହିଛନ୍ତି ।

Comments are closed.