Odisha Link
Bridging the Missing Links in Odisha

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ, ସାର୍ଟିଫିକେଟ ମିଳିବ କେବେ?

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ ପାଖରେ ନାଇଁ ମାର୍କସିଟ୍‌ ଓ ସାଟିଫିକେଟ୍‌। ଏପରିକି ବୋର୍ଡ କାର୍ଯ୍ୟାଳୟରେ ମଧ୍ୟ ମାର୍କସିଟ୍‌ ନାହିଁ। କାହିଁକିନା ଏପର୍ଯ୍ୟନ୍ତ ବୋର୍ଡ କାର୍ଯ୍ୟାଳୟକୁ ମାର୍କସିଟ୍‌ ଛପା ହୋଇଆସିନାହିଁ। ସ୍କୁଲକୁ ମାର୍କସିଟ୍‌ ଆସିନଥିବାରୁ ପିଲାମାନେ ବାଧ୍ୟ ହୋଇ ନେଟରେ ଡାଉନଲୋର୍ଡ କରି କଲେଜରେ ପଢ଼ିବା ପାଇଁ ଆବେଦନ କରୁଛନ୍ତି। ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଫଳ ବିଳମ୍ବରେ ବାହାରିଥିବା ବେଳେ ସାର୍ଟିଫିକେଟ୍‌ ଓ ମାର୍କସିଟ ଏଯାଏଁ ନମିଳିବା ବୋର୍ଡ ପରୀକ୍ଷା ପରିଚଳାନା ଓ ନିଷ୍ପତ୍ତି ନେବା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


ସୂଚନାଥାଉକି, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ୍‌, ମାଧ୍ୟମା ଓ ଷ୍ଟେଟ୍‌ ଓପ୍‌ ସ୍କୁଲ ପରୀକ୍ଷା ଫଳ ମେ ୨୧ ତାରିଖରେ ଫଳ ପ୍ରକାଶ ପାଇଥିଲା। ଫଳ ପ୍ରକାଶ ସମୟରେ ମେ ୩୧ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କସିଟ, ମାଟ୍ରିକ୍‌ ସାର୍ଟିଫିକେଟ୍‌ ଆଦିକୁ ସଂପୃକ୍‌ ବିଦ୍ୟାଳୟକୁ ପଠାଯିବ ବୋଲି ଗଣଶିକ୍ଷା କମିସନର-ସଚିବଙ୍କ ଉପସ୍ଥିତିରେ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। କିନ୍ତି ଫଳ ପ୍ରକାଶନର ମାସେ ପରେ ମଧ୍ୟ ପିଲାଙ୍କୁ ମାର୍କସିଟ ମିଳିନାହିଁ। ଏପଟେ ବୋର୍ଡର ଉଚ୍ଚ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଇବେ ବୋଲି ସୂଚନା ଦେଇଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାଙ୍କ କ୍ୟାରିୟରକୁ ନେଇ ଖେଳୁ ନାହିଁତ ଶିକ୍ଷ ବିଭାଗ। ପ୍ରତିବର୍ଷ କିଛି ନା କିଛି ତ୍ରୁଟି ବୋର୍ଡ କର୍ତ୍ତୃପକ୍ଷଙ୍କ ରହୁଛି ହେଲେ ଶିକ୍ଷା ବିଭାଗ ଚୁପ୍‌ କାହଁକି।

Comments are closed.