Odisha Link
Bridging the Missing Links in Odisha

ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ବିଜେପିର ଫେରାଦ

ଭଦ୍ରକ : ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ମାନବାଧିକାର କମିଶନଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ବହୁ ଚର୍ଚ୍ଚିତ ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପିର ଏକ ପ୍ରତିନିଧି ଦଳ ।
ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ଭଦ୍ରକରେ ବିଷାକ୍ତ ମଦ ପିଇ ୧୨ଜଣ ପ୍ରାଣ ହରାଇଥିବା ବେଳେ ୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ।ରାଜ୍ୟ ସରକାର ଏହି ମାମଲାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିବାରୁ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏହି ଘଟଣାରେ ଏପର୍ଯ୍ୟନ୍ତ ମାତ୍ର ଜଣକୁ ଗିରଫ କରାଯାଇଥିବା ବେଳେ ରାଜ୍ୟ ସରକାର ଆରଡିସି କମିଶନ ଘୋଷଣା କରି ଚୁପ ବସିଛନ୍ତି । ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ସହ ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

Comments are closed.