Odisha Link
Bridging the Missing Links in Odisha

ଏମର୍ଜେନସିକୁ ନେଇ ଟୁଇଟର ଓ୍ବାର

ନୂଆଦିଲ୍ଲୀ: ଆଜକୁ ୪୪ ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ନେଇ ଜାତୀୟ ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତିକୁ ଦେଶର ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ୧୯୭୫ ମସିହା ଜୁନ ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରି ଏହାକୁ ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ଠିକ୍ ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ମୋଦି ସରକାରଙ୍କ ଉପରେ ଗଣତନ୍ତ୍ରର ହତ୍ୟାର ଅଭିଯୋଗ ଆଣିଛନ୍ତି। ଏହା ସହ କହିଛନ୍ତି ଯେ, ଏବେ ଦେଶରେ ସୁପର ଏମର୍ଜେନସି । ଗତ ୫ ବର୍ଷ ହେବ ଦେଶ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ଦେଇ ଗତି କରୁଛି। ଆମକୁ ଅତୀତରୁ କିଛି ଶିକ୍ଷା ପାଇବା ଉଚିତ ଓ ଦେଶର ଗଣତନ୍ତ୍ର ବ୍ୟବସ୍ଥାର ସୁରକ୍ଷା ପାଇଁ ଲଢିବାକୁ ପଡ଼ିବ ବୋଲି ମମତା ବାନାର୍ଜୀ କହିଛନ୍ତି।

Comments are closed.