Odisha Link
Bridging the Missing Links in Odisha

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ, ୨ ମୃତ

ରାୟଗଡ଼ା : ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ରେଳ ଦୁର୍ଘଟଣା ଘଟିଛି । ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଅହୁରୀ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୩ ଜଣ ଆହତ ହୋଇଥିବା କୁହାଯାଉଛି। ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେଇଥିବା ଜଣାଡ଼ିଛି।

ଧକ୍କାରେ ଇଂଜିନ ସହ ୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାଡ଼ିଛି । ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ କୋଚ୍ ଲାଇନଚ୍ୟୁତ୍ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରେନ ଦୁର୍ଘଟଣା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ନିଆଁ ଲାଗିଥିବା ଇଂଜିନ ଟ୍ରେନରୁ ଅଲଗା କରାଯାଇଛି । ବିଶାଖାପାଟଣାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଷ୍ଟେସନ ମାଷ୍ଟର ସହ ଦୁଇଜଣଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Comments are closed.