Odisha Link
Bridging the Missing Links in Odisha

ଚାକିରି ଦେବା ନାଁରେ ଟଙ୍କା ହଡପ

କେନ୍ଦୁଝର : ଚାକିରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ହଡ଼ପ କରିବା ଠକେଇ ମାମଲାରେ ଟାଉନ ପୋଲିସ ୪ଯୁବତୀଙ୍କ ସମେତ ୬ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ କେନ୍ଦୁଝର ଟାଉନ ଥାନା ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିଶୋର କୁମାର ସାମଲ, ଅମିତ କୁମାର ସାମଲ, ନନ୍ଦିନୀ ସ୍ୱାଇଁ, ଅନୁସୂୟା ମହାନ୍ତ, ସୀମା ସାହୁ ଓ ବର୍ଷାରାଣୀ ପ୍ରଧାନ ବୋଲି ଜଣାପଡିଛି । ଏହି ଅଭିଯୁକ୍ତମାନେ ଜିଲ୍ଲା ବାହାର ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଏହା ପଛରେ ଆଉ କାହାର ହାତ ରହିଛି ପୁଲିସ ତାହାକୁ ନେଇ ସନ୍ଦେହ କରୁଛି ।
ଟାଉନ ଥାନା ଅଧିକାରୀ ସୋମନାଥ ଜେନା ସୂଚନା ଅନୁଯାୟୀ ନରଣପୁର ଠାରେ ଗ୍ଲେଜ ଇଣ୍ଡିଆ ନାମକ ଏହି ସଂସ୍ଥା ଚାକିରି ଦେବା ନାଁରେ ଯୁବକ ଓ ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ନେବା ପରେ ମଧ୍ୟ ଚାକିରି ନଦେବା କାରଣରୁ ଯୁବକ-ଯୁବତୀମାନେ ଏନେଇ ସଂସ୍ଥା ନାମରେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.