Odisha Link
Bridging the Missing Links in Odisha

ବୋହୂକୁ ଦୁଷ୍କର୍ମ କଲା ରାକ୍ଷସ ଶ୍ବଶୁର

ମହାକାଳପଡା: ପିଶାଚ ଶ୍ବଶୁର କଲା ବୋହୂକୁ ଦୁଷ୍କର୍ମ । ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ଏଭଳି ନିନ୍ଦନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗ୍ରାମରେ।

ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗାଁର ଗୋପାଳ ଜାନାଙ୍କ ପୁଅ ରାଜୁ ଜାନା ଗତ ନଅ ବର୍ଷ ପୂର୍ବେ ବୈଦିକ ରିତିରେ ଜ୍ୟୋସ୍ନା ଜାନାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି । ରାଜୁ ଅନ୍ୟ ଏକ ମହିଳା ସହିତ ସମ୍ପର୍କ ରଖି ଘର ଛାଡି ଚାଲିଯାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ନୋଟାରିରେ ଛାଡପତ୍ର ହୋଇଛି । ଏହାପରେ ଜ୍ୟୋସ୍ନା ବାପଘରେ ରହୁଥିଲା । ତେବେ ଗୋପାଳ ବୋହୂ ଜ୍ୟୋସ୍ନାକୁ ପାଖରେ ଆଣି ରଖିଥିଲେ । ଗତ ଦୁଇ ମାସ ତଳେ ବୋହୂର ଅନିଛା ସତ୍ତ୍ବେ ଶ୍ବଶୁର ଗୋପାଳ ଜ୍ୟୋସ୍ନାକୁ ଦୁଷ୍କର୍ମ କରିଥିଲା । ଏସବୁ କଥା ଜ୍ୟୋସ୍ନା ଶାଶୁ ଲକ୍ଷ୍ମୀ ଜାନାଙ୍କୁ କହିଥିଲେ । ଶାଶୁ ଲୋକ ଲଜ୍ୟା ଭୟରେ ଏ ବିଷୟ ଲୁଚାଇବା ପାଇଁ କହିଥିଲେ । କିନ୍ତୁ ଏକଥା ଲୁଚି ରହି ନଥିଲା ଶାଶୁ ବୋହୂ ଝଗଡାରୁ କଥା ଜଣାପଡିଥିଲା । ତାପରେ ଗ୍ରାମବାସୀ ଗାଁରେ ପ୍ରଜାର୍କୋଟ କରି ଗୋପାଳକୁ ଆଣି ପଚରାଉଚରା କରି ମାଡ ମାରିବା ପରେ ସବୁ ସତ କଥା ମାନିଥିଲା ଗୋପାଳ । ସେ ମଦ ନିଶାରେ ଏମିତି କରିଦେଇଥିଲେ ବୋଲି କହିଛନ୍ତି ।ବାଲିପାଟ ଗ୍ରାମର ପ୍ରଜାକୋର୍ଟ ବସିଥିଲା । ସେଠାରେ ଶ୍ବଶୁର ଏବଂ ବୋହୂ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ସର୍ବ ସମ୍ମୁଖରେ ଗୋପାଳ ସ୍ବୀକାର କରିଥିଲେ ଯେ, ସେ ମଦ ନିଶାରେ ଭୁଲ କରିଦେଇଛନ୍ତି । ବୋହୂ ଜୋସ୍ନା କହିଥିଲେ ସେ ଏ ବିଷୟରେ ଶାଶୁକୁ କହିଥିଲେ । ଶାଶୁ ମଧ୍ୟ ଘଟଣାକୁ ସ୍ବୀକାର କରିଥିଲେ । ଶାଶୁ କହିଥିଲେ ମୋ ସ୍ବାମୀର ଭୁଲ ପାଇଁ ତାଙ୍କୁ ଦଣ୍ଡ ମିଳୁ । ଏହାପରେ ଥାନାରେ ବୋହୁ ଜ୍ୟୋସ୍ନାଙ୍କ ଅଭିଯୋଗ ପରେ ପୋଲିସ ଶାଶୁ ଲକ୍ଷ୍ମୀ ଜାନା ଶ୍ବଶୁର ଗୋପାଳ ଜାନାକୁ ଅଟକ ରଖି ତଦନ୍ତ କରୁଛି ।

Comments are closed.