Odisha Link
Bridging the Missing Links in Odisha

ପିଏନ୍‌ବି ଦୁର୍ନୀତିର ମାଷ୍ଟରମାଇଣ୍ଡ ଚୋକସି ଭାରତ ଫେରିବେ !

ନୂଆଦିଲ୍ଲୀ: ଦିନକୁ ଦିନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। କିନ୍ତୁ ଏବେ ଖବର ଆସିଛି ଯେ, ଏବେ ଆଣ୍ଟିଗୁଆ ସରକାର ଚୋକସିଙ୍କ ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ତାଙ୍କ ନାଗରିକତ୍ୱ ରଦ୍ଦ ହୋଇଯାଏ, ତା’ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଚୋକିସଙ୍କୁ ଆଉ କେହି ବି ଅଟକାଇ ପାରିବେ ନାହିଁ।

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରୋନୋ ହିଁ ଏଭଳି ନାଗରିକତ୍ୱ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେ କହିଛନ୍ତି, “ଚୋକିସ୍‌ଙ୍କୁ ମିଳିଥିବା ଆଣ୍ଟିଗୁଆ ଓ ବରବୁଡ଼ାର ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରାଯିବ। ଆମ ଦେଶରେ ଅପରାଧୀମାନଙ୍କୁ କୌଣସି ସ୍ଥାନ ମିଳିବ ନାହିଁ। ଅବଶ୍ୟ ଅପରାଧୀଙ୍କ ପାଖରେ ଆଇନଗତ ଲଢ଼େଇ କରିବାକୁ ସୁଯୋଗ ରହିବା ଦରକାର। ତେଣୁ ଚୋକସିଙ୍କ ପାଖରେ କୋର୍ଟ ଯିବାକୁ ଏବେ ବି ସମୟ ରହିଛି। ତଥାପି କୋର୍ଟ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରି ଚୋକସିଙ୍କୁ ଭାରତ ପଠାଇବାକୁ ବ୍ୟବସ୍ଥା କରିବା ଦରକାର।” ସୂଚନା ଥାଉ କି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପାଖାପାଖି ୧୪ ହଜାର କୋଟି ଟଙ୍କା ହଡପ ଘଟଣାରେ ବିଦେଶ ପଳାଇଛନ୍ତି ହୀରା ବ୍ୟବସାୟୀ ମେହୁଲ ଚୋକସି | ଏବେ ସେ ଆଣ୍ଟିଗୁଆରେ ରହୁଥିବାବେଳେ ତାଙ୍କୁ ଫେରାଇଆଣିବା ପାଇଁ ଭାରତ ଚାପ ପ୍ରୟୋଗ କରିଥିଲା| ସୋମବାର ଦିନ ବମ୍ବେ ହାଇକୋର୍ଟ ମେହୁଲଙ୍କ ସ୍ୱାସ୍ଥ୍ୟ ବାବଦରେ ରିପୋର୍ଟ ଦେବାକୁ ବିଶେଷଜ୍ଞଙ୍କ ଏକ ଟିମ ଗଠନ କରିଥିଲେ | ଏହି ଟିମ ଚୋକସି ବିମାନରେ ଆସିପାରିବେ ନା ନାହିଁ ତାହାର ରିପୋର୍ଟ ଦେବ|

Comments are closed.