Odisha Link
Bridging the Missing Links in Odisha

୭ ଜଣିଆ ସ୍ପିକର ପାନେଲ ଲିଷ୍ଟ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା ।
ବିଧାନସଭାରେ ୭ ଜଣିଆ ସ୍ପିକର ପାନେଲ ଲିଷ୍ଟ ଘୋଷଣା କରିଛନ୍ତି ବାଚସ୍ପତି । ବିଧାୟକ ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ବିନୀ ପାତ୍ର, ସ୍ନେହାଙ୍ଗିନି ଛୁରିଆ, ପ୍ରଶାନ୍ତ ମୁଦୁଲି, ସୁବାସ ପାଣିଗ୍ରାହୀ, ସନ୍ତୋଷ ସିଂହ ସାଲୁଜା ଏହି ପାନେଲରେ ରହିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Comments are closed.