Odisha Link
Bridging the Missing Links in Odisha

ନାବାଳିକାଙ୍କୁ ଗଣଦୁଷ୍କର୍ମ : ଅଚେତ ଅବସ୍ଥାରେ ଉଦ୍ଧାର,୫ ଅଟକ

କେନ୍ଦୁଝର : ଯୋଡ଼ାରେ ଅଞ୍ଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ପୋଲିସ ତଦନ୍ତ କରି ୫ଜଣଙ୍କୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଜଣେ ନାବାଳିକା ଗତ ଗୁରୁବାରଠାରୁ ଘରୁ କେଉଁଆଡେ ଚାଲିଯାଇଥିଲେ । ତେବେ ଗତକାଲି ନାବାଳିକାଙ୍କୁ କିଛି ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ରାତିରେ ଯୁବକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାଙ୍କ ପରିବାର ଲୋକେ । ଗଣ ଦୁଷ୍କର୍ମ କରିବା ପରେ ଆଜାଦ ବସ୍ତି ନିକଟ ପଡ଼ିଆରେ ନାବାଳିକାକୁ ଅଚେତ୍ ଅବସ୍ଥାରେ ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ । ଅଚେତ୍ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଯୋଡା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.