Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା

ପୁରୀ : ଆଉ ଅଳ୍ପ ଦିନ ରହିଲା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୁରୀକୁ ସବୁଆଡୁ ଭକ୍ତଙ୍କ ସୁଅ ଛୁଟିବ ଏହାକୁ ନଜରରେ ରଖି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୧୯୪ଟି ଟ୍ରେନ ବିଶେଷ ଭାବରେ ଜୁଲାଇ ୪ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପୁରୀକୁ ଚଳାଚଳ କରିବ ଏଥିପାଇଁ ପୁରୀରେ ୬୦ଟି ଟିକଟ କାଉଣ୍ଟର ଖୋଲାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜିଆରପି ଓ ଆରପିଏଫ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୫ଟି ଡଗ୍ ସ୍କ୍ୱାଡ, ଲଗେଜ ସ୍କାନର ଓ ଡ୍ରୋନ କ୍ୟାମେରା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

Comments are closed.