Odisha Link
Bridging the Missing Links in Odisha

ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ସାମନ୍ତ ଗୋୟଲ ହେଲେ RAW ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ତଥା ୧୯୮୪ ମସିହାର ଆଇପିଏସ ଅଧିକାରୀ ସାମନ୍ତ ଗୋୟଲଙ୍କୁ ‘ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ’ ତଥା ‘RAW’ ର ମୁଖ୍ୟଭାବେ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାଛଡା ଆଇପିଏସ ଅଧିକାରୀ ଅରବିନ୍ଦ କୁମାରଙ୍କୁ ମଧ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋର ଡାଇରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି ମୋଦି । ସୂଚନାଅଛିକି, ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋୟଲ ବାଲାକୋଟ ଏୟାରଷ୍ଟ୍ରାଇକର ପୁରା ଯୋଜନା କରିଥିଲେ । ତେବେ ଅଢେଇ ବର୍ଷ ଧରି ନିଷ୍ଠାପର ସହ କାର୍ଯ୍ୟ ତୁଲାଇ ଅବସର ନେବାକୁ ଯାଉଥିବା ‘ର’ର ମୁଖ୍ୟ ଅନିଲ୍ କୁମାର ଧସମାନାଙ୍କ ସ୍ଥାନ ନେବେ ସାମନ୍ତ। ଏହାଛଡା କଶ୍ମୀର ମାମଲାର ବିଶେଷଜ୍ଞ ଭାବେ ବେଶ୍ ଜଣାଶୁଣା ଥିବା ଅରବିନ୍ଦ କୁମାରଙ୍କୁ ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋର ନୂଆ ଡାଇରେକ୍ଟର ଭାବେ ନିଯୁକ୍ତ ମିଳିଛି । ତେବେ ସାମନ୍ତ ଗୋୟଲଙ୍କ ଭଳି ଅରବିନ୍ଦ ମଧ୍ୟ ୧୯୮୪ ବ୍ୟାଚ ଆସାମ-ମେଘାଳୟ କ୍ୟାଡରର ଆଇପିଏସ ଅଧିକାରୀ।

Comments are closed.