Odisha Link
Bridging the Missing Links in Odisha

ତେଜ ପ୍ରତାପ ଗଠନ କରିବେ ‘ତେଜ୍‌ ସେନା’

ପାଟନା: ଆପଣ ପୂର୍ବରୁ ମହାରାଷ୍ଟ୍ରର ଶିବ ସେନା ନାମ ଶୁଣିଥିବେ ନିଶ୍ଚୟ। ଏବେ ଆଉ ଏକ ସେନା ନାମ ଆପଣ ମାନେ ଶୁଣିବାକୁ ପାଇବେ। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ‘ତେଜ୍ ସେନା’ ଗଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡ଼ି)ରୁ ଅଲଗା ହେବାପରେ ଏପରି ଘୋଷଣା କରିଛନ୍ତି ତେଜ୍‌ ପ୍ରତାପ।ଗତ ନିର୍ବାଚନ ବେଳେ ସାନ ଭାଇ ତେଜସ୍ୱୀ ଯାଦବଙ୍କ ଦ୍ୱାରା ହୋଇଥିବା ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ତେଜ୍ ପ୍ରତାପ। ଏହାପରେ ଲାଲୁ-ରାବ୍ରି ମୋର୍ଚ୍ଚା ଗଠନ କରି ବିହାରର କିଛି ଆସନରେ ପ୍ରାର୍ଥୀ ମଧ୍ୟ ଦେଇଥିଲେ। ସୂଚନାଥାଉକି, ଗତ ସାଧାରଣ ନିର୍ବାଚନରେ ବିହାରର ୪୦ ଲୋକସଭା ଆସନରେ ଆରଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମେଣ୍ଟ କରି ଏକାଠି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ଅନ୍ୟ ଆସନ ଗୁଡ଼ିକରେ ଏନଡିଏ ବିଜୟୀ ହୋଇଥିଲା।

Comments are closed.