Odisha Link
Bridging the Missing Links in Odisha

ସାମ୍ବାଦିକଙ୍କ ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି । ଖଲ୍ଲିକୋଟ ଏଡିଜେ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ଏହି ମାମଲାରେ ଜଡ଼ିତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଚାରପତି ସମ୍ପୃକ୍ତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୪ ମେ ମାସ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ମିଳିଥିବା ସୂଚନା ଅନୁସାରେ, ତରୁଣ ଆଚାର୍ଯ୍ୟ କନକ ଟିଭିର ସାମ୍ବାଦିକଭାବେ କାର୍ଯ୍ୟ କରୁଥିଲେ । କାଜୁ କାଖାନାରେ କିଭଳି ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି ସେ ନେଇ ରିପୋର୍ଟ କରିଥିଲେ । ଏନେଇ କାଜୁ କାରଖାନାର ମାଲିକ କ୍ଷୁବ୍ଧ ହୋଇଯାଇଥିଲେ । ୨୦୧୪ ମେ ମାସ ୨୬ ତାରିଖ ରାତିରେ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟ ନିଜେ ଘର ଖଲ୍ଲିକୋଟ ଅଭିମୁଖେ ଯାଉଥିବାବେଳେ ଦୁର୍ବୃତ୍ତମାନେ ବାଟରେ ତାଙ୍କ ବାଇକକୁ ଅଟକାଇବା ସହ ତାଙ୍କ ଗଳା କାଟି ଦେଇଥିଲେ ।

Comments are closed.