Odisha Link
Bridging the Missing Links in Odisha

ନର୍ସଙ୍କ ଟିକଟକ ଭିଡ଼ିଓ ଭାଇରାଲ ଘଟଣା: ୩ଜଣଙ୍କୁ ବାଧ୍ୟତାମୂଳକ ଛୁଟି

ମାଲକାନଗିରି: ମାଲକାନଗିରିରେ ୩ଜଣ ନର୍ସ ଟିକଟକ ଭିଡ଼ିଓ କରିବା ଘଟଣାରେ ସମ୍ପୃକ୍ତ ନର୍ସମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏପରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ରହିଛି। ଏହା ସହିତ ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।

ସୂଚନାଥାଉକି, ମାଲକାନଗିରି ହସ୍ପିଟାଲ ଏସଏନସିୟୁରେ ନର୍ସମାନଙ୍କ ଟିକ୍ଟକ ମସ୍ତି ଭିଡ଼ିଓ ଭାଇରାଲ ହୋଇଥିଲା। ଏଥିରେ ନର୍ସମାନେ ସେହି ହସ୍ପିଟାଲରେ ସମୂହ ନୃତ୍ୟ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଚିକିତ୍ସାଧୀନ ଗୁରୁତର ଶିଶୁଙ୍କୁ ଧରି ମଧ୍ୟ ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା । ଗତ କାଲି ସେହି ଭିଡ଼ିଓ ଭାଇରାଲ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ। ୯କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିସ କରିଥିଲେ।

Comments are closed.