Odisha Link
Bridging the Missing Links in Odisha

ରଥଯାତ୍ରା: ଶେଷ ସମନ୍ବୟ ବୈଠକ ଆଜି

ପୁରୀ: ଆଉ ଅଳ୍ପଦିନ ପରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଯେପରିକି ରଥଯାତ୍ରା ସୁରୁଖୁରରେ ସମ୍ପାଦନ ହେବ ସେଥିପାଇଁ ଆଜି ଶେଷ ସମନ୍ୱୟ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି। ଏଥିସହ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଯୋଗଦେବେ। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବେ।

ବୈଠକରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ପୂର୍ବରୁ ତିନିଟି ସମନ୍ୱୟ ବୈଠକ ଶେଷ ହୋଇଛି। ଗତ ୧୩ ତାରିଖରେ ହୋଇଥିବା ତୃତୀୟ ସମନ୍ୱୟ ବୈଠକରେ ୨୫ତାରିଖ ସୁ୍ଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.