Odisha Link
Bridging the Missing Links in Odisha

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରେଲର

ବାରିପଦା : ୧୮ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଛି ଟ୍ରେଲର । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ କାଲି ରାତି ପ୍ରାୟ ୧୨ଟା ସମୟରେ ବାଲେଶ୍ବରରୁ ବାରିପଦା ଅଭିମୁଖେ ଓଡି-୦୧ଜେ-୨୨୧୨ ନମ୍ବର ବିଶିଷ୍ଟ ମା ମଙ୍ଗଳା ନାମକ ଯାତ୍ରୀବାହୀ ବସକୁ ବୈଶିଙ୍ଗା ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟରେ ଅପର ପଟୁ ଆସୁଥିବା ଏକ ଟ୍ରେଲର ବସର ଡାହାଣ ପାର୍ଶ୍ବରେ ଧକ୍କା ଦେଇଥିଲା । ଟ୍ରଲରର ଡଲା ବାହାରକୁ ବାହାରିଥିବା ଲୁହା ବସର ଡାହାଣ ପାର୍ଶ୍ବରେ ବାଜିଥିଲା, ଯାହାଫଳରେ ବସର ଡାହାଣ ପାର୍ଶ୍ବରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କର ବସ୍ ଭିତରେ ହିଁ ମୃତ୍ୟୁ ହେବା ସହ ଛଅ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ବୈଶିଙ୍ଗା ଓ ବେତନଟୀ ପୋଲିସ ସହ ବେତନଟୀ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା । ଅବସ୍ଥା ଗୁରୁତର ଥିବାରୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରିପଦାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.