ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ବସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଏକ ବାଇକ୍କୁ ଯାତ୍ରୀବାହି ବସ୍ ପଛପଟୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ନାଁ ଗତିକୃଷ୍ଣ ଖୁଣ୍ଟିଆ। ତାଙ୍କ ଘର ମଠକରଗୋଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତିକୃଷ୍ଣ ଓ ତାଙ୍କ ପତ୍ନୀ ବାଇକ୍ ଯୋଗେ ପଣ୍ଡୁଆ ଯାଉଥିବା ବେଳେ ବସ୍ଟି ସେମାନଙ୍କୁ ପଛପଟୁ ପିଟି ଦେଇଥିଲା। ଦୁର୍ଘଟଣା ପରେ ବସ୍ଟି ପଳାଇ ଯାଇଥିଲା। ଗତିକୃଷ୍ଣ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଭାବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତିକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ କଟକ ପଠାଇ ଦିଆଯାଇଥିଲା।