Odisha Link
Bridging the Missing Links in Odisha

ଖୁବଶୀଘ୍ର କେନ୍ଦ୍ରାପଡ଼ା ମାଟିରେ ଗଡିବ ଟ୍ରେନ

ଭୁବନେଶ୍ବର : କେନ୍ଦ୍ରାପଡ଼ାକୁ ଗଡିଲା ଟ୍ରେନ ଇଞ୍ଜିନ । ଆଉ ଏହାସହ ଖୁବଶୀଘ୍ର କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ । ବେଣିପୁରରୁ ମଧ୍ୟରେ ପରୀକ୍ଷାମୂଳକ ଭାବେ ଟ୍ରେନ ଇଞ୍ଜିନ ଗଡିଛି । ବୈଷୟିକ ଟିମର ଉପସ୍ଥିତିରେ ଗଡ଼ିଛି ଏହି ଟ୍ରେନ ଇଞ୍ଜିନ । ଆଉ ଏହାସହ ଖୁବଶୀଘ୍ର କେନ୍ଦ୍ରାପଡ଼ାକୁ ଟ୍ରେନ ଗଡିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
୧୯୯୯ରୁ ଏହି ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ୮୨ କିଲୋମିଟରର ଏହି ପ୍ରୋଜେକ୍ଟରେ ୩ଟି ଜିଲ୍ଲା ଯାଜପୁର,କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଟ୍ରେନ ଚଳାଚଳ କରିବ । ଗତ କିଛି ବର୍ଷ ହେବ ଏହି ପ୍ରୋଜେକ୍ଟର କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଥିଲା । ଆଉ ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ ଗଡିଛି ରେଳ ଇଞ୍ଜିନ ।
ପାରାଦ୍ୱୀପ-ହରିଦାସପୁର ପ୍ରୋଜେକ୍ଟରେ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ଗଡ଼ିବ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କେନ୍ଦ୍ରାପଡ଼ାକୁ ରେଳ ସେବା ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ୧୯୯୯ରୁ ପାରାଦ୍ୱୀପ-ହରିଦାସପୁର ପ୍ରୋଜେକ୍ଟ ପାଇଁ ଶିଳନ୍ୟାସ ହୋଇଥିଲେ ମଧ୍ୟ ମନ୍ଥର ଗତିରେ ଚାଲିଥିଲା ଏହାର କାର୍ଯ୍ୟ । ଯାହାକୁ ନେଇ ଜିଲ୍ଲାରେ ଅନେକ ସମୟରେ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଛି ।

Comments are closed.