Odisha Link
Bridging the Missing Links in Odisha

ବିଷ୍ଣୁ ହେଲେ ବିରୋଧୀ ଦଳ ଉପନେତା, ମୋହନ ମୁଖ୍ୟ ସଚେତକ

ଭୁବନେଶ୍ବର: ବିରୋଧୀ ଦଳର ଉପନେତା ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ। ଏଥି ସହିତ ମୁଖ୍ୟ ସଚେତକ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଏହା ସହ ଗୋଲକ କହିଛନ୍ତି ଯେ, ଓଡିଶାବାସୀ ୨୩ ଟି ବିଧାୟକ ଦେଇ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ଓଡିଶାବାସୀ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସୂଚାରୁରୂପେ ବିଜେପି ବିଧାନସଭାରେ ତୁଲାଉଛି ବୋଲି ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଥାଉକି, ବିଷ୍ଣୁ ସେଠୀ ୨୦୦୦ ମସିହାରେ ଚାନ୍ଦବାଲି ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ପୁଣି ଥରେ ନିର୍ବାଚିତ ହୋଇ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ଆସିଛନ୍ତି। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସେଠୀ ସାମ୍ବାଦିକତା ମଧ୍ୟ କରୁଥିଲେ। ‘ବିଶେଷ ଖବର’ର ସେ ସହ-ସମ୍ପାଦକଭାବେ କାର୍ଯ୍ୟ କରିବା ସହ ଭଦ୍ରକ ଜିଲ୍ଲା ବିଜେପିର ମଧ୍ୟ ସଭାପତି ରହିଥିଲେ । ସେହିପରି ମୋହନ ମାଝୀ କେନ୍ଦୁଝର ବିଧାନସଭା ଆସନରୁ ୩ଥର ବିଜୟୀ ହୋଇଛନ୍ତି। ବିଜେପି-ବିଜେଡି ମେଣ୍ଟ ଥିବାବେଳେ ୨୦୦୦ ଓ ୨୦୦୪ରେ ସେ ବାଜିମାତ କରିଥିଲେ। ୨୦୧୯ରେ ସେ ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସରପଞ୍ଚଭାବେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ବିଜେପି ଆଦିବାସୀ ମୋର୍ଚ୍ଚାର ସାଧାରଣ ସମ୍ପାଦକଭାବେ କାର୍ଯ୍ୟ କରିଛନ୍ତି। ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ଶାସକ ଦଳ ଉପମୁଖ୍ୟ ସଚେତକଭାବେ କାର୍ଯ୍ୟ କରିଥିଲେ।

Comments are closed.