Odisha Link
Bridging the Missing Links in Odisha

ଘାଟିରୁ ଖସିଲା ମିନି ବସ୍: ୩୩ ମୃତ, ୨୨ ଗୁରୁତ୍ବର ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡାରେ ଆଜି ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି। କେଶୱାନ ଅଞ୍ଚଳରେ ଏକ ଯାତ୍ରୀବାହୀ ମିନିବସ୍ ଭାରସାମ୍ୟ ହରାଇ ଘାଟିରୁ ଖସିପଡିଛି। ଏହି ଦୁର୍ଘଟଣାରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ଆହାତ ହୋଇଛନ୍ତି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ମିନି ବସ୍‌ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା। ତେବେ ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା।

ଗୃହମନ୍ତ୍ରୀ ଅମିତ ଶାହ ଏହି ବସ୍ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।

Comments are closed.