Odisha Link
Bridging the Missing Links in Odisha

୨୦୦ ପଏଣ୍ଟ ଉପରେ ସେନ୍‌ସେକ୍ସ

ମୁମ୍ବାଇ: ଜାପାନର ଓସାକା ସହରରେ ଅନୁଷ୍ଠିତ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ତେବେ ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୭୧.୩୫ ପଏଣ୍ଟ ଉପରକୁ ଉଠି ୧୧୮୬୦.୨୦ ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ଟାଟା ଷ୍ଟିଲ୍‌, ଏନ୍‌ଟିପିସି, ବଜାଜ ଅଟୋ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ହିରୋ ମୋଟୋକର୍ପ ଏବଂ ପାଓ୍ବାର ଗ୍ରୀଡ୍‌ର ଅଂଶଧନ ମୂଲ୍ୟରେ ୧.୨୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଏସ୍‌ବିଆଇ, ୟେସ୍‌ ବ୍ୟାଙ୍କ, ଭାରତୀ ଏୟାରଟେଲ, ମାରୁତି , ଏଚ୍‌ସିଏଲ୍‌, ଏଚୟୁଏଲ୍‌ ଏବଂ ଆରଆଇଏଲ୍‌ର ଅଂଶଧନ ମୂଲ୍ୟ ୦.୭୮ ପ୍ରତିଶତ ହ୍ରାସ ପାଇଛି।

Comments are closed.