Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ MBBS ଓ BDS ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର : ମେଡିକାଲ୍ ପାଠ୍ୟକ୍ରମର ଏମ୍‌ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ । ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍‌ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ ।
ଏମ୍‌ବିବିଏସ୍‌ରେ ୧୨୫୦ ଓ ବିଡିଏସ୍‌ରେ ୧୫୦ ସିଟ୍ ଲାଗି ଓଜେଇଇ ଆଡମିଶନ୍ କରୁଛି । ଗତକାଲି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ୩ ହଜାର ୬ ଶହ ୫୪ ଜଣ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଯାଞ୍ଚ କରାଇଥିଲେ । ୬ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ଜୁନ୍ ୨୦ରୁ ୨୭ ତାରିଖ ଯାଏ ଅନ୍‌ଲାଇନ୍ ଯୋଗେ ପଞ୍ଜୀକରଣ କରିଥିଲେ।

Comments are closed.