Odisha Link
Bridging the Missing Links in Odisha

ଏକାଠି ସଚିନ-ସୁନ୍ଦର

ବର୍ମିଂହାମ: ଗତକାଲି ଭାରତ-ଇଂଲଣ୍ଡ ମ୍ୟାଚରେ ଏକାଠି ଦେଖିବାକୁ ମିଳଥିଲେ ଦୁଇ ଭାରତୀୟ କିମ୍ବଦନ୍ତୀ। ଜଣେ କ୍ରିକେଟ ଜଗତର ଭଗବାନ ତ ଆଉ ଜଣେ ଗୁଗଲର ସିଇଓ। ସେ ୨ ଆଉ କେହି ନୁହଁନ୍ତି ଜଣେ ସଚିନ୍‌ ତେନ୍ଦୁଲକର ଏବଂ ସୁନ୍ଦର ପିଚାଇ। ଚଳିତ ବିଶ୍ୱକପ୍‌ରେ ଗତକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଗୁଗଲ ସିଇଓ ସୁନ୍ଦର ପିଚାଇ ବି ଉପସ୍ଥିତ ଥିଲେ। ବିସିସିଆଇ ତାଙ୍କର ଏକ ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ କରିଛି। ଫଟୋରେ ସୁନ୍ଦର ପିଚାଇଙ୍କ ସହିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଅଛନ୍ତି।

ସୁନ୍ଦର ପିଚାଇ କ୍ରିକେଟ୍ ଦେଖିବାକୁ ଭଲ ପାଆନ୍ତି। ଭାରତ-ଆମେରିକା ବିଜ୍‌ନେସ୍ କାଉନ୍‌ସିଲ୍ ପକ୍ଷରୁ ଆୟୋଜିତ ଏକ ବୈଠକରେ ପିଚାଇ କହିଥିଲେ ଯେ, ସେ ବି ଜଣେ କ୍ରିକେଟ୍‌ ପ୍ରେମୀ। ସ୍କୁଲ୍‌ରେ ପଢ଼ିବା ବେଳେ ସେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖିଥିଲେ। ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ତାଙ୍କର ପ୍ରିୟ କ୍ରିକେଟର। ଚଳିତ ବିଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ଫାଇନାଲ୍ ଖେଳନ୍ତୁ ବୋଲି ସେ ଚାହୁଁଥିବା ମଧ୍ୟ କହିଥିଲେ। ସୂଚନାଯୋଗ୍ୟ, ଗତକାଲି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା। ଇଂଲଣ୍ଡ ୩୩୮ ରନ୍ କରିଥିବା ବେଳେ ଭାରତ ୩୧ ରନ୍‌ରେ ହାରି ଯାଇଥିଲା।

Comments are closed.