Odisha Link
Bridging the Missing Links in Odisha

ଭଡ଼ା ବୃଦ୍ଧି ଦାବିରେ ଟ୍ରକ୍ ଧର୍ମଘଟ

ଅନୁଗୋଳ : ପ୍ରତି କିଲୋମିଟର ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ ଗତକାଲି ମଧ୍ୟରାତିରୁ ତାଳଚେର ଟ୍ରକ୍ ମାଲିକ ସଂଘ ପକ୍ଷରୁ କୋଇଲା ପରିବହନ ବନ୍ଦ ରଖିଛି । ଫଳରେ ବିଭିନ୍ନ କଳକାରଖାନା ମାନଙ୍କୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନରେ ତାଳଚେର ଅଞ୍ଚଳର ପ୍ରାୟ ୭ ହଜାର ଟ୍ରକ୍‌ ସାମିଲ୍ ହୋଇଛନ୍ତି। ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରେ ନିୟୋଜିତ ସମସ୍ତ କୋଇଲା ପରିବହନକାରୀ ଟ୍ରକ୍‌ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଛି ବୋଲି ତାଳଚେର ଟ୍ରକ୍ ମାଲିକ ସଂଘ କହିଛି।
ସରକାର ଏବେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଯେଉଁ ଭଡ଼ା ଧାର୍ଯ୍ୟ କରିଛନ୍ତି ତାହା ଉଚିତ ନୁହେଁ । ବୀମା ଏବଂ ଗାଡ଼ିର ଯନ୍ତ୍ରାଂଶ ଦର ବୃଦ୍ଧି ପାଇଛି । ଏଣୁ ପୂର୍ବ ଦରରେ କୋଇଲା ପରିବହନ ଆଉ ସମ୍ଭବ ନୁହେଁ । ଏଣୁ ଆର.ଟି.ଓ ରିପୋର୍ଟ ଅନୁସାରେ ଗାଡ଼ି ପରମିଟ୍, ଫିଟ୍‌ନେସ୍, ଟ୍ୟାକ୍ସ, ଇନ୍‌ସୁରାନ୍ସ ଆଦିକୁ ଦୃଷ୍ଟିରେ ରଖି ସରକାର କିଲୋମିଟର୍ ପିଛା ଭଡ଼ା ଧାର୍ଯ୍ୟ କରିବାକୁ ସଂଘ ଦାବି କରିଛି । ଠିକ୍‌ ଦର ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି ।

Comments are closed.