Odisha Link
Bridging the Missing Links in Odisha

ଶ୍ରେଣୀରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ

କଟକ : କୌଣସି ରାସ୍ତା ଘାଟରେ ନୁହେଁ, ଖୋଦ ଶ୍ରେୀଣୀ ଗୃହ ଭିତରେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପାଠ ପଢାଉଥିବାବେଳେ ଜଣେ ଯୁବକ ଶିକ୍ଷୟିତ୍ରୀଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ସୋମବାର ଘଟିଛି । ନିଆଳି ଥାନା ଆମ୍ବପଡ଼ା ଏମଇ ସ୍କୁଲରେ ଏଭଳି ଘଟଣା ଘଟିଛି ।
ଆଜି ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପିଲାଙ୍କୁ ପାଠ ପଢାଉଥିଲେ । ଏହି ସମୟରେ ହଠାତ ଜଣେ ଯୁବକ ମାରଣାସ୍ତ୍ର ଧରି ଶ୍ରେଣୀ ଗୃହକୁ ପଶିଆସିଥିଲା । ପରେ ଯୁବକ ଜଣକ ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଆକ୍ରମଣ କରି ଫେରାର ହୋଇଯାଇଥିଲା । ଏଥିରେ ଗୁରୁତର ଆହତ ଶିକ୍ଷୟିତ୍ରୀଜଣଙ୍କୁ କଟକ ବଡ଼ ମୋଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଏଭଳି ଆକ୍ରମଣ କରାଯିବା ପଛର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ ।

Comments are closed.