Odisha Link
Bridging the Missing Links in Odisha

ସଂସଦରେ ଜଳବନ୍ଦୀ ଭୁବନେଶ୍ବର ପାଇଁ ସମାଧାନର ସୂତ୍ର ବାଢ଼ିଲେ ଅପରାଜିତା

ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ବରର ଜଳବନ୍ଦୀ ସମସ୍ୟା କଥା ସଂସଦରେ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଯେ,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ” । ଏଥି ସହିତ ସେ ଆହୁରି କହିଛନ୍ତି ଯେ,“ ରାଜଧାନୀରେ ଥିବା ୧୨ଟି ମୁଖ୍ୟ ଡ୍ରେନ୍‌ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି। ମୁଖ୍ୟତଃ ଏହି ୧୨ଟି ଡ୍ରେନ୍‌ ଯାଇ ଗଙ୍ଗୁଆ ନଦୀରେ ମିଶି ଥିଲେ। କିନ୍ତୁ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ ମଧ୍ୟ ଜଳ ନିଷ୍କାସନ ଅସୁବିଧା ସୃଷ୍ଟି ହେଉଛି ବୋଲଇ ଅରାଜିତା ସଂସଦରେ କହିଛନ୍ତି।

Comments are closed.