Odisha Link
Bridging the Missing Links in Odisha

୨୦୧୭-୧୮ରେ ରାଜ୍ୟରେ ୫୫୦ ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ଜଣଙ୍କୁ ନିଯୁକ୍ତି : ବିଧାନସଭା ଅଧିବେଶନ

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନର ଆଜି ପ୍ରଶ୍ନ କାଳ ସ୍ବଭାବିକ ରହିଛି । ୨୦୧୭-୧୮ରେ ରାଜ୍ୟରେ ୫୫୦ ଶିଳ୍ପ ସଂସ୍ଥାରେ ୨ ଲକ୍ଷ ୬୬ ହଜାର ୮୫୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ମଧ୍ୟରୁ ୩୯ ହଜାର ୮୯୩ ରାଜ୍ୟ ବାହାରର । ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥାର ଅନୁପାଳନ ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ଜିଲ୍ଲାରେ ୨୨ଟି ଶିଳ୍ପସଂସ୍ଥାରେ ୧୦ ହଜାର ୫୯୨ ଜଣ ନିଯୁକ୍ତି ପାଇଛନ୍ତି। ଏଥିରୁ ରାଜ୍ୟରୁ ୯ ହଜାର ୩୩୯ ଜଣ ନିଯୁକ୍ତି ପାଇଛନ୍ତି। ଖୋର୍ଦ୍ଧାରେ ୭୫୦୯ ଜଣ ନିଯୁକ୍ତି ପାଇଛନ୍ତି ବିଭିନ୍ନ ଶିଳ୍ପସଂସ୍ଥାରେ । ସେଥି ମଧ୍ୟରୁ ୫୩୧ ଜଣ ବାହାର ରାଜ୍ୟରୁ ନିଯୁକ୍ତି ପାଇଛନ୍ତି। ପ୍ରଶ୍ନକାଳରେ ଏ ନେଇ ସୂଚନା ଦେଇଛନ୍ତି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ । ସେପଟେ ରାଜ୍ୟର କୃଷି ଓ କୃଷକ ପ୍ରତି ରାଜ୍ୟ ସରକାର ଉଦାସୀନ । ବିରୋଧୀ କଂଗ୍ରେସ ପକ୍ଷରୁ ଆସିଥିବା ମୁତଲବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

Comments are closed.