Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପରେ ପ୍ରଥମ, ଟିମ୍‌ ଇଣ୍ଡିଆରୁ ଖେଳୁଛନ୍ତି ୪ ଓ୍ବିକେଟକିପର

ଏଜବାଷ୍ଟନ: ଚଳିତ ବିଶ୍ବକପରେ ଟିମ୍‌ ଇଣ୍ଡିଆ ଏକ ରେକର୍ଡ଼ ସୃଷ୍ଟି କରିଛି। ବିଶ୍ବକପରେ ପ୍ରଥମ ଦଳ ଭାବେ ଭାରତୀୟ ଦଳ ତାର ଚୂଡ଼ାନ୍ତ ଏକାଦଶରେ ୪ଜଣ ଓ୍ବିକେଟ କିପରଙ୍କୁ ସ୍ଥାନ ଦେଇଛି। କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ତାର ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ କରିଛି। ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ବର କୁମାର ଟିମରେ ସ୍ଥାନ ପାଇଥିବା ବେଳେ କେଦାର ଯାଦବ ଏବଂ କୁଲଦିପ ଯାଦବ ବାଦ ପଡ଼ିଛନ୍ତି। ଯାହାଫଳରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ପ୍ରଥମ ଥର ପାଇଁ ୪ ଓ୍ବିକେଟ କିପରଙ୍କୁ ନେଇ ଖେଳୁଛି। ପୂର୍ବରୁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ମହେନ୍ଦ୍ର ସିଂ ଧୋନୀ, ଋିଷଭ ପନ୍ଥ ଏବଂ କେ.ଏଲ ରାହୁଲ ସ୍ଥାନ ପାଇଥିବା ବେଳେ କେଦାରଙ୍କ ସ୍ଥାନରେ ଆଜିର ମ୍ୟାଚରେ ସ୍ଥାନ ପାଇଛନ୍ତି ଦିନେଶ କାର୍ତ୍ତିକ । ଏଥି ସହିତ  ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ ।

ଟିମରେ ବର୍ତ୍ତମାନ ୱିକେଟକିପିଂ ଭାର ସମ୍ଭାଳିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କର ରିଜର୍ଭ ଓ୍ବିକେଟକିପର ଭାବେ ୱିକେଟକିପର ଦିନେକ କାର୍ତ୍ତିକ ମଧ୍ୟ ବିଶ୍ବକପ୍‌ ଟିମ୍‌ରେ ଉପଲବ୍ଧ ଅଛନ୍ତି। ଏହାସହ କେ.ଏଲ ରାହୁଲ ମଧ୍ୟ ବିଶ୍ବକପ୍‌ ଟିମ୍‌ରେ ସାମିଲ ଅଛନ୍ତି। ଏହା ପୂର୍ବରୁ କେ.ଏଲ ରାହୁଲ ଆଇପିଏଲରେ ପଞ୍ଜାବ ଓ ବେଙ୍ଗାଲୁରୁ ତରଫରୁ ୱିକେଟକିପିଂ କରିସାରିଛନ୍ତି। ଅନ୍ୟପଟେ ଶିଖରଙ୍କ ସ୍ଥାନରେ ଟିମରେ ସ୍ଥାନ ପାଇଥିବା ଋଷଭ ପନ୍ଥ ମଧ୍ୟ ୱିକେଟକିପର ବ୍ୟାଟସମ୍ୟାନ୍ ଅଟନ୍ତି । ଏହା ପୂର୍ବରୁ ଆଇପିଏଲରେ ଦିଲ୍ଲୀ ତରଫରୁ ଓ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆରୁ ୱିକେଟକିପିଂ କରିସାରିଛନ୍ତି ଋିଷଭ ପନ୍ଥ।

Comments are closed.